ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଆଲୁମିନିୟମ୍ ପାର୍କ ରାସ୍ତାରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖାଯାଇଛି। ମୃତକ ବଉଳିଗଡ ଗ୍ରାମର ପ୍ରମୋଦ ସାହୁଙ୍କ ପୁଅ ରାକେଶ କୁମାର ସାହୁ(୨୨) ବୋଲି ଜଣାଯାଇଛି। ତେବେ ଏହା ହତ୍ୟା କି ଦୁର୍ଘଟଣା ତାହା ଜଣାପଡ଼ିନାହିଁ।
ସୂଚନା ମୁତାବକ, ରାକେଶ ତାଳଚେରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଉଥିଲେ। ସେହି ସମୟରେ ତାଙ୍କ ମୃତ ଦେହ ମିଳିଛି। ତେବେ ବଅଁରପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି।