ମୁଖ୍ୟ ଖବର

ପିଆଜର ଦରବୃଦ୍ଧିକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ଅଳ୍ପଦିନ ଭିତରେ କମିବ ଦର

By Biswaranjan Pattnaik

October 13, 2024

 

ଭୁବନେଶ୍ବର: କନ୍ଦାଇଲାଣି ପିଆଜ। ପିଆଜ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଲୋକଙ୍କ ଖାଇବା ଥାଳିରୁ ହଜିବାରେ ଲାଗିଛି। ତେବେ ପିଆଜର ଦରବୃଦ୍ଧିକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଫସଲହାନି ଘଟିଛି। ଏଥିରୁ ପିଆଜ ବି ବାଦ୍ ପଡ଼ିନି। ଏବେ ପାଗ ବଦଳିବା ପରେ ସ୍ଥିତିରେ ପରିବର୍ତ୍ତନ ଆସିବ। ଆଉ ବେଶୀ ଦିନ ପିଆଜ ଦର ଅଧିକ ରହିବ ନାହିଁ। ଅଳ୍ପଦିନ ଭିତରେ ଦର କମିବ ଓ ଖାଉଟି ଆଶ୍ବସ୍ତ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।