ମୁଖ୍ୟ ଖବର

ସେନାବାହିନୀରେ ଅଗ୍ନିବୀର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ୍ ନାମ ପଞ୍ଜିକରଣ ଆରମ୍ଭ, ମାର୍ଚ୍ଚ ୧୫ ଯାଏଁ ଚାଲିବ ରେଜିଷ୍ଟ୍ରେସନ

By Angul TV Bureau

February 17, 2023

ଅନୁଗୁଳ: ସେନାବାହିନୀରେ ଅଗ୍ନିବୀର ନିଯୁକ୍ତ ରାଲି ଅଗ୍ନିପଥ ସ୍କିମରେ ଅବିବାହିତ ପୁରୁଷଙ୍କ ପାଇଁ ଚୟନ ପ୍ରକ୍ରିୟା ୨୦୨୩-୨୪ ନିମନ୍ତେ ଅନଲାଇନ୍ ନାମ ପଞ୍ଜିକରଣ ୧୬ ଫେବ୍ରୁୟାରୀ ଠାରୁ ୨୦୨୩ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନୁଗୁଳ ଜିଲ୍ଲାର ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ନାମ ପଞ୍ଜିକରଣ www.joinindianarmy.nic.in ୱେବସାଇଟରେ କରିପାରିବେ ବୋଲି ସମ୍ବଲପୁରସ୍ଥିତ ସେନାବାହିନୀ ନିଯୁକ୍ତି ଅଧିକାରୀ ଅବଗତ କରାଇଛନ୍ତି ।

ଅନଲାଇନ୍ ପରୀକ୍ଷା ୧୭ ଏପ୍ରିଲ ୨୦୨୩ ଠାରୁ ଆରମ୍ଭ ହେବ। ରାଲିରେ ଅଂଶଗ୍ରହଣ କରିବା ନିମନ୍ତେ ପ୍ରାର୍ଥୀମାନଙ୍କ ବୟସ ସୀମା ତା.୧.୧୦.୨୦୦୨ ଠାରୁ ତା.୧.୦୪.୨୦୦୬ ସୁଦ୍ଧା ୧୭ ବର୍ଷ ୬ ମାସରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଶିକ୍ଷାଗତ ଯୋଗ୍ୟତା ଅଗ୍ନିବୀର ଜି.ଡି ଟେକ୍ନିକାଲ, କ୍ଲର୍କ ନିମନ୍ତେ ୧୦ ପାସ୍ ଏବଂ ଅଗ୍ନିବୀର ଟ୍ରେଡସମ୍ୟାନ ନିମନ୍ତେ ଅଷ୍ଟମ ପାସ୍ ଦରକାର। ସବିଶେଷ ବିବରଣୀ ପାଇବା ନିମନ୍ତେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ କହିଛନ୍ତି।