କ୍ରୀଡ଼ା

ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍ ଅଷ୍ଟକିଳା ପତାକା ୪-୦ ଗୋଲରେ ବିଜୟୀ

By Biswaranjan Pattnaik

August 09, 2023

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଅଷ୍ଟକୀଳା କ୍ଳବ୍‌ ପତାକା ୪-୦ ଗୋଲରେ ପାଲଲହଡ଼ା ଏକାଦଶକୁ ପରାସ୍ତ କରିଥିଲା। ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି‌ ପ୍ରସାଦ‌ ପଟ୍ଟନାୟକ,ଅବସରପ୍ରାପ୍ତ ପୋଲିସ ଅଧିକାରୀ ଅରୁଣ ଦାସ,ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌରଗୋବିନ୍ଦ‌ ସାମନ୍ତ,ତାଳଚେର ଉପଖଣ୍ଡ କ୍ରୀଡା ସଂସଦର ସମ୍ପାଦକ ପେସ୍କାର ଗଡ଼ନାୟକ ପ୍ରମୁଖ ଅତିଥି ଭାବେ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ମନୋରଞ୍ଜନ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ଶ୍ରୀମୁଖ ଗଡ଼ନାୟକ ଓ ଧନେଶ୍ଵର ସର୍ଦ୍ଦାର ସହଯୋଗ କରିଥିଲେ।ଗୁରୁବାର ଅଷ୍ଟକିଳା ପତାକା ଓ ସ୍ପୋର୍ଟସ ହଷ୍ଟେଲ କଟକ ମଧ୍ୟରେ ଅନୁଷ୍ଠିତ ହେବ ।