କ୍ରୀଡ଼ା

ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଆଠଗଡ଼କୁ ୨-୧ ଗୋଲରେ ହରାଇଲା ପତାକା

By Biswaranjan Pattnaik

August 16, 2022

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗ୍ରୁପ ବି ଆଜିର କ୍ୱାଟରଫାଇନାଲ ମ୍ୟାଚରେ ଆଠଗଡ଼କୁ ୨-୧ ଗୋଲରେ ପରାସ୍ତ କରି ଆଠମଲ୍ଲିକର ପତାକା ଅଷ୍ଟକିଳା କ୍ଲବ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆଜି ଅନୁଷ୍ଠତ ଖେଳକୁ ମୁଖ୍ୟ ରେଫରୀ ସଲିଲ ବେହେରା ପରିଚାଳନା କରିଥିଲେ। ପତାକା ଅଷ୍ଟକିଳା କ୍ଲବର ବିଶାଳ ଏକ୍କାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ପୁରସ୍କାର ମିଳିଥିଲା। ବୁଧବାର ପତାକା ଅଷ୍ଟକିଳା କ୍ଲବ ବାଗେଡ଼ିଆକୁ ଭେଟିବ।