କ୍ରୀଡ଼ା

ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

By Biswaranjan Pattnaik

August 02, 2022

ଅନୁଗୁଳ: ରାଜ୍ୟରେ କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଓପି ଜିନ୍ଦଲ ଅନୁଗୁଳ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା ଅଗଷ୍ଟ ୭ ତାରିଖରେ ଉଦ୍‌ଘାଟିତ ହେବ। ଅନୁଗୁଳ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ ଦଳ ଅଂଶ ଗ୍ରହଣ କରିବେ। ଜିନ୍ଦଲ କମ୍ପାନୀ ଏବଂ ଜିଲ୍ଲା କ୍ରୀଡା ପ୍ରସାଶନ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।‌ ୧୮ ତାରିଖରେ ଉଦ୍‌ଯାପିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଖେଳ ଦେଖିବାକୁ ବେଶ ଜନଗହଳି ହେବ ବୋଲି କ୍ରୀଡା ପ୍ରେମୀ ଆଶା କରିଛନ୍ତି।