ଅନୁଗୁଳ: ଓପି ଜିନ୍ଦଲ କପ୍ ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ୭-୦ ଗୋଲରେ ତାଳଚେରକୁ ପରାସ୍ତ କରିଥିଲା। କନ୍ଧମାଳର ଡି ମାରାଣ୍ଡି ଶ୍ରେଷ୍ଠ ଖେଳାଳୀ ପୁରସ୍କାର ପାଇଥିଲେ। ସଲିଲ କୁମାର ବେହେରା ଖେଳ ପରିଚାଳନା କରିଥିଲେ। ଅନୁଗୁଳ ବିଡ଼ିଓ ବିଶ୍ବଭୂଷଣ,ଜିନ୍ଦଲ ସିଆରଏମର ବରିଷ୍ଠ ଅଧିକାରୀ କମଲ ହସନ୍ ଖାନ୍ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଅତିଥି ରୂପେ ଯୋଗ ଦେଇଥିଲେ ।