କ୍ରୀଡ଼ା

ଓପି ଜିନ୍ଦଲ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସଡନ ଡେଥରେ ବରଗଡ଼କୁ ହରାଇ କଟକ ଚମ୍ପିୟାନ

By Biswaranjan Pattnaik

August 18, 2025

ଅନୁଗୁଳ: ସ୍ଥାନୀୟକଦମ ପଡ଼ିଆରେ ଆୟୋଜିତ ଓପି ଜିନ୍ଦଲ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ଫାଇନାଲ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ବରଗଡ଼କୁ ହରାଇ ଚାମ୍ପିୟନସ ଟ୍ରଫି ସହ ୬୦ ହଜାର ଟଙ୍କାର ପୁରସ୍କାର ଗ୍ରହଣ କରିଥିଲେ।ବରଗଡ଼ ରନର ଅପ୍ ହୋଇ ଟ୍ରଫି ଏବଂ ୪୦ ହଜାର ଟଙ୍କାର ପୁରସ୍କାର ଗ୍ରହଣ କରିଥିଲେ।

ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବାରୁ ପେନାଲଟିକର ଆଶ୍ରୟ ନିଆଯାଇଥିଲା ଏଥିରେ ଉଭୟଦଳ ପରସ୍ପରକୁ ଚାରୋଟି ଲେଖାଁଏ ଗୋଲ ଦେଇଥିବା ବେଳେ ସଡନ୍ ଡେଥରେ କଟକ ୨-୧ ରେ ବରଗଡ଼କୁ ହରାଇଥିଲା।

ଶିବ ଶଙ୍କର ପଣ୍ଡା ଖେଳ ପରିଚାଳନା କରିଥିଲେ। ରାଜ୍ୟ ଶିଳ୍ପ ଓ କୌଶଳ ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡ଼ିଶାରେ କ୍ରୀଡାର ବିକାଶ ପାଇଁ ମୁଖ୍ୟ ମନ୍ତ୍ରୀ ନିରନ୍ତର ପ୍ରୟାସ କରୁଛନ୍ତି ବୋଲିଁ ପ୍ରକାଶ କରିଥିଲେ।ସବୁ ବ୍ଲକ୍ ରେ ଏବେ ଷ୍ଟାଡିୟମ୍ ନିର୍ମାଣ ହେବ ବୋଲି ସେ କହିଥିଲେ।ସମ୍ମାନିତ ଅତିଥି ରୂପେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ବିଧାୟକ ଅଗସ୍ତି ବେହେରା,ନଗର ପାଳ ଅକ୍ଷୟ ସାମନ୍ତ,ଅନୁଗୁଳ ଉପ ଜିଲ୍ଲାପାଳ ମାୟାଧର ବେହେରା,ଜିନ୍ଦଲ ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ଏଚଆର ସଭାପତି ଦିଲୀପ ସିହ୍ନା,ବରିଷ୍ଠ ଅଧିକାରୀ ପ୍ରସନ୍ନ ପଣ୍ଡା, ଆଶୁତୋଷ ମିଶ୍ର,ସିଏଆର୍  ମୁଖ୍ୟ ଜୟନ୍ତ ମହାନ୍ତି,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଯୋଗଦେଇଥିଲେ।ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଉତ୍କର୍ଷ ପରିବାର ବିଶେଷ ସହାୟତା କରିଥିଲେ ।