କ୍ରୀଡ଼ା

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ସ୍ପୋର୍ଟସ ହଷ୍ଟେଲ କଟକକୁ ହରାଇ କେଉଁଝର ବିଜୟୀ

By Biswaranjan Pattnaik

August 14, 2026

ଅନୁଗୋଳ: ସ୍ଥାନୀୟ କଦମ ପଡିଆରେ ଚାଲିଥିବା ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ କଟକ ଓ ରାଇଯିଂ ଷ୍ଟାର୍ କେଉଁଝର ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା।ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଶେଷରେ ସଡନ୍ ଡେଥ ପର୍ଯ୍ୟନ୍ତ କଥା ଯାଇଥିଲା। କେଉଁଝର ୬-୫ ଗୋଲରେ ବିଜୟୀ ହୋଇଥିଲା।କେଉଁଝରର ଶାଟିୟାଲ ଗୁଡ଼ିଆ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଅନୁଗୋଳ ବିଡିଓ ବିଶ୍ୱଭୂଷଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ, ଜିନ୍ଦଲ ଆଇଟି ମୁଖ୍ୟ ବିପିନ ବିହାରୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଖେଳ ପରିଚାଳନା କରିଥିଲେ ଦିଲୀପ ରାଉତ୍। ତାଙ୍କୁ ଲାଇନ୍ ରେ ସହାୟତା କରିଥିଲେ ଶଶିକାନ୍ତ ଦାସିଆ ଏବଂ ଆଲୋକ ଦେହୁରୀ। ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି ଏବଂ ଆଲୋକ ଦେବତା ସମାରୋହ ପରିଚାଳନାରେ ସହଯୋଗ କରିଥିଲେ। ଆଜି ମ୍ୟାଚ୍ ଅନୁଗୋଳ ଏବଂ ପପୁଲାର କ୍ଳବ୍ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ।