କ୍ରୀଡ଼ା

ଓପି ଜିନ୍ଦଲ ମେମୋରିଆଲ ଫୁଟବଲ: ଢେ଼ଙ୍କାନାଳକୁ ହରାଇ ଅନୁଗୋଳ ବିଜୟୀ

By Biswaranjan Pattnaik

August 15, 2026

ଅନୁଗୋଳ: ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଦିବସରେ ପପୁଲାର କ୍ଳବ୍ ଢେ଼ଙ୍କାନାଳ ଓ ଅନୁଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଅନୁଗୋଳ ୨-୧ ଗୋଲରେ ବିଜୟୀ ହୋଇଥିଲା। ଅନୁଗୋଳର ଘାସିରାମ ମାରାଣ୍ଡି ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ ହୋଇଥିଲେ। ଜିନ୍ଦଲ ଷ୍ଟିଲର ବିଦ୍ୟୁତ୍ ବିଭାଗର ମୁଖ୍ୟ ଜଲଜ୍ କୁମାର ସିଂହ ମୁଖ୍ୟ ଅତିଥି, ବିଦ୍ୟୁତ୍ ବିଭାଗର ଡିଜିଏମ୍ ସବ୍ୟସାଚୀ ଦାସ,ନିଶା ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ବେହେରା ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ଶିବ ଶଙ୍କର ପଣ୍ଡା।ତାଙ୍କୁ ଲାଇନରେ ସହଯୋଗ କରିଥିଲେ ଶଶିକାନ୍ତ ଦାସିଆ ଏବଂ ବଳରାମ ସାୟ।