ଅନୁଗୋଳ: ଓପି ଜିନ୍ଦଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ବୁଧବାର ମ୍ୟାଚରେ ରାଇଜିଂ ଷ୍ଟାର୍ କେଉଁଝର ୩-୧ ଗୋଲ ବ୍ୟବଧାନରେ ଆଠମଲ୍ଲିକକୁ ପରାସ୍ତ କରିଥିଲା।କେଉଁଝର ର କ୍ରିଷ୍ଣା ନାୟକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜିଲ୍ଲା ଉଦ୍ୟାନ ବିଭାଗର ଡେପୁଟି ଡାଇରେକ୍ଟର ଅମ୍ବର ଲାଗୁନ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଜଳସେଚନ ବିଭାଗର ଏସଇ ସ୍ୱୟଂ ବିକାଶ ସୁବୁଦ୍ଧି ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ଶୀଠ ଯୋଗ ଦେଇଥିଲେ। ଖେଳ ପରିଚାଳନା କରିଥିଲେ ଶଶିକାନ୍ତ ଦାସିଆ ତାଙ୍କୁ ଲାଇନରେ ସହଯୋଗ କରିଥିଲେ ଧନେଶ୍ୱର ସର୍ଦ୍ଦାର ଏବଂ ଶିବ ସାମନ୍ତ ରାୟ।ଗୁରୁବାର କେଉଁଝର ଏବଂ ସ୍ପୋର୍ଟସ ହଷ୍ଟେଲ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।