ମୁଖ୍ୟ ଖବର

ଜେଏସ୍‌ପି ଫାଉଣ୍ଡେସନ ପକ୍ଷରୁ ଓପି ଜିନ୍ଦଲ ସ୍କଲାରସିପ୍ ପ୍ରଧାନ

By Sanjeeb Biswal

February 09, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ୱବୋଧ ଶାଖାଭାବେ କାର୍ଯ୍ୟ କରୁଥିବା ଜେଏସ୍‌ପି ଫାଉଣ୍ଡେସନ ପକ୍ଷରୁ ଅନୁଗୋଳ ଜିଲ୍ଲାର ୪୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଓପିଜିନ୍ଦଲ ଷ୍ଟାର ଓ ଓପିଜିନ୍ଦଲ ଜୁଏଲ ସ୍କଲାରସିପ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଜେଏସ୍‌ପି ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ, ଜିଲ୍କା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସ୍କଲାରସିପ୍‌ ଚେକ୍‌ ପ୍ରଦାନ କରିଥଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଜେଏସପି ଏବଂ ଜେଏସପି ଫାଉଣ୍ଡେସନକୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ନିମନ୍ତେ ପ୍ରଶଂସା କରିଥିଲେ।ସମ୍ମାନିତ ଅତିଥି ଶ୍ରୀ ମିତ୍ତଲ କିଭଳି ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସପି ଫାଉଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ପ୍ରେରଣା ଜେଏସପିକୁ ସାମାଜିକ ଉନ୍ନତି ଏବଂ ପ୍ରଗତି ନିମନ୍ତେ କାର୍ଯ୍ୟ କରିବାକୁ ପ୍ରେରିତ କରୁଛି ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ସାହୁ ପିଲାମାନଙ୍କୁ ଅଧ୍ୟୟନଶୀଳ ଓ ନିଷ୍ଠାରସହ କାର୍ଯ୍ୟକରିବା ସହ ନିଜର ଇପ୍ସିତ ଲକ୍ଷ୍ୟ ହାସଲ ନିମନ୍ତେ ପରାମର୍ଶ ଦେଇଥିଲେ।

ଓପି ଜିନ୍ଦଲ ସ୍କଲାରସିପ୍‌ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଥଚ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା, ବିଶେଷକରି ବୈଷୟିକ ଶିକ୍ଷା ପାଇବା ନିମନ୍ତେ ବିଶେଷ ସହାୟକ ହୋଇଥାଏ। ଗରିବ ଏବଂ ଉଚ୍ଚଶିକ୍ଷାପ୍ରତି ଲକ୍ଷ୍ୟ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କଲାରସିପ୍‌ ଏକ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ।

ସୂଚନା ଯେ, ଚଳିତବର୍ଷ ଜିଲ୍ଲାର ୪୦ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କୁ ଓପିଜିନ୍ଦଲ ଜୁଏଲ ଓ ଅନ୍ୟ ୨୭ଜଣଙ୍କୁ ଓପିଜିନ୍ଦଲ ଷ୍ଟାର ସ୍କଲାରସିପ୍‌ ପ୍ରଦାନ କରାଯାଇଛି। ଜେଏସପି ଫାଉଣ୍ଡେସନ ପକ୍ଷରୁ ୨୦୧୦ରୁ ଆରମ୍ଭ କରାଯାଇଥିବା ଏହି ସ୍କଲାରସିପ୍‌ ଯୋଜନାରେ ଏଯାବତ ୧୦୫୨ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ପୋଷ୍ଟ ମ୍ୟାଟ୍ରିକ ଧନ୍ଦାମୂଳକ ଶିକ୍ଷା ଏବଂ ଉଚ୍ଚଶିକ୍ଷା ପାଇଁ ଯଶସ୍ଵୀ ସ୍କଲାରସିପ୍‌ର ଶୁଭାରମ୍ଭ କରାଯାଇଅଛି। ଇତିମଧ୍ୟରେ ଅନୁଗୁଳ ଜିଲ୍ଲାର ୫୫୨ଜଣ ଛାତ୍ରୀ ଓ ମହିଳାମାନଙ୍କୁ ଏହି ସ୍କଲାରସିପ ପ୍ରଦାନ କରାଯାଇଛି। ଜେଏସପିର ସମସ୍ତ ପ୍ରକଳ୍ପ ଅଞ୍ଚଳରୁ ଏଯାବତ ୫୬୩୦ଜଣ ଛାତ୍ରୀ ଓ ମହିଳାଙ୍କୁ ଏହି ସ୍କଲାରସିପ୍‌ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଜେଏସପି ସିଏସଆର ଫାଉଣ୍ଡେସନ କର୍ମକର୍ତ୍ତା ଉପସ୍ଥିତଥିଲେ।