ମୁଖ୍ୟ ଖବର

ରାସ୍ତା ପ୍ରଶାସ୍ତିକରଣ ପାଇଁ ଖୋଲାଗଲା ନଳକୂପ,ଗାତ ପୋତିବାକୁ ଭୁଲିଗଲା ବିଭାଗ 

By Angul TV Bureau

August 19, 2025

ଅନୁଗୁଳ: ଅନୁଗୁଳ ସହର ଠାରୁ ଖଲାରୀ ଦେଇ ମହିଧରପୁର ପର୍ଯ୍ୟନ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ପ୍ରଶସ୍ତିକରଣ କରୁଛି। ରାସ୍ତା ନିର୍ମାଣ ସମୟରେ ରାସ୍ତା ଉପରେ ରହିଥିବା ବିଦ୍ୟୁତ ଖୁଣ୍ଟ, ନଳକୂପ, ସରକାରୀ ଫଳକ ବାଧକ ସାଜିଥିଲା। ଏପରିକି ଅନେକ ସ୍ଥାନରେ ରାସ୍ତା ଖଣ୍ଡେ ହୋଇଥିବା ବେଳେ ଏହି ବାଧକ ପାଇଁ ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ପଡିରହିଥିଲା।

ପୂର୍ତ୍ତ ବିଭାଗର କହିବା ମୁତାବକ ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ଯେଉଁ ଯେଉଁ ବିଭାଗର ନିର୍ମାଣ।ରାସ୍ତା ଉପରେ ରହିଛି। ସେମାନଙ୍କୁ ଏହି ସବୁ ନିର୍ମାଣ ଗୁଡିକ ଉଠାଇବା ପାଇଁ ଚିଠି କରାଯାଇଛି। ଚିଠି ପରେ ରାସ୍ତା ଉପରେ ଥିବା କେତେକ ନଳକୂପକୁ ଖୋଲିଦିଆଯାଇଛି। ଲୁହା ନଳ ସହ ପାଇପ ଏବଂ ହ୍ୟାଣ୍ଡେଲ ଆଦି ସମସ୍ତ ଉପକରଣ ଖୋଲିଦିଆଯାଇଛି। କିନ୍ତୁ ଏହା ପରେ ଉକ୍ତ ସ୍ଥାନରେ ଥିବା ନଳକୂପ ଗର୍ତ୍ତ ଖୋଲାମେଲା ଭାବେ ପଡି ରହିଛି। ସପ୍ତାହେରୁ ଅଧିକଦି ନଧରି ଏହାକୁ ଖୋଲା ଯାଇଥିବା ବେଳେ କିପରି ଆଜି ପର୍ଯ୍ୟନ୍ତ ଏହି ଗର୍ତ୍ତକୁ ବନ୍ଦ କରାଗଲା ନାହିଁ ତାହା ଚକିତ କରୁଛି।

ସହରକୁ ଲାଗି ରହିଥିବା ଖମାର ଗାଁର ରାସ୍ତା ପାର୍ଶ୍ଵରେ ଏହି ନଳକୂପ ପୂର୍ବରୁ ରହିଥିବା ବେଳେ ଏଥିରୁ ଲୋକେ ପାଣି ବ୍ୟବହାର କରୁଥିଲେ। ରାସ୍ତା ପ୍ରଶସ୍ତିକରଣ ଯୋଗୁଁ ଏହି ନଳକୂପକୁ ବନ୍ଦ କରାଯାଇଥିଲା। ପରେ ଏଠାରେ ଲାଗିଥିବା ଯନ୍ତ୍ରାଂଶ ଗୁଡିକ ମଧ୍ୟ ଖୋଲି ନିଆଯାଇଛି। କିନ୍ତୁ ଯନ୍ତ୍ରାଂଶ ଖୋଲି ନେବା ପରେ ନଳକୂପ ଖୋଳାଇବା ବେଳେ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଥିଲା। ଯାହା ଘୋଡାଇବାକୁ କାହାର ଚେତନା ପଶିଲା ନାହିଁ। ଦୈନଦିନ ଅନେକ ଶିଶୁ ଏହି ରାସ୍ତା ଦେଇ ଅଙ୍ଗନବାଡ଼ି ଠାରୁ ବିଦ୍ୟାଳୟ ଯାଉଛନ୍ତି। ରାସ୍ତାକୁ ଲାଗି ରହିଥିବା ବେଳେ କେଉଁ ସମୟରେ ଏଥିରେ କାହାର ଗୋଡ଼ ପଶି ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ।