ମୁଖ୍ୟ ଖବର

ଅପରେସନ ଅନ୍ୱେଷଣ: ନିଖୋଜ ୧୩୩ ଜଣଙ୍କୁ ଉଦ୍ଧାର କଲା ପୋଲିସ

By Biswaranjan Pattnaik

July 27, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ପୋଲିସ ପକ୍ଷରୁ ଅପରେସନ ଅନ୍ୱେଷଣ ତୃତୀୟ ଭାଗ ସମ୍ପନ୍ନ ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶକ୍ରମେ ଅନୁଗୋଳ ପୋଲିସ ପକ୍ଷରୁ ଗତ ୧୮ ତାରିଖ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ଅପରେସନ ଚାଲୁ ରହିଥିଲା।ଏହି ଅପରେସନରେ ୧୦୩ ଜଣ ନିଖୋଜ ମହିଳା ଏବଂ ୩୦ ଜଣ ଶିଶୁଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ୩୦ ଜଣ ଶିଶୁଙ୍କ ମଧ୍ୟରୁ ୨୭ ଜଣ କନ୍ୟା ଓ ଅବଶିଷ୍ଟ ୩ ଜଣ ବାଳକ।ପୋଲିସର ଏହି ସଫଳତାକୁ ସାଧାରଣରେ ପ୍ରଶଂସା କରାଯାଇଛି।