ଘଟଣା ଓ ଦୁର୍ଘଟଣା

ଅପରେସନ ଗୋମାତା: ୪ ଘଣ୍ଟା ପରେ ପାଉଁଶପଙ୍କରୁ ଉଦ୍ଧାର ହେଲା ଗାଈ

By Biswaranjan Pattnaik

August 11, 2022

ଅନୁଗୁଳ: ଶିକ୍ଷକପଡା ଇକୋ ପାର୍କ ସାମନାରେ ଥିବା ଏକ ଜମିରେ ଥିବା ପାଉଁଶପଙ୍କରେ ୨୪ ଘଣ୍ଟା ଫସି ରହିଥିବା ଏକ ଗାଈକୁ ସ୍ବେଚ୍ଛାସେବୀ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ୪ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିଛନ୍ତି। ଘଟଣାରୁ ପ୍ରକାଶ ଉକ୍ତ ଖାଲୁଆ ଜମିକୁ ସମତୁଲ ପାଇଁ ଜମି ମାଲିକ ଜମିରେ କିଛି ଟ୍ରିପ ପାଉଁଶ ଢାଳି ଥିଲେ। ବିଚରା ବୁଲା ଗାଈଟି ଖାଦ୍ୟ ଅନ୍ୱେଷଣରେ ଯାଇ ପଙ୍କରେ ଫସି ଯାଇଥିଲା।

ବୁଧବାର ସନ୍ଧ୍ୟାରେ ଫସିଥିବା ଗାଈ ଉପରେ ଗୁରୁବାର ସକାଳେ ଲୋକଙ୍କ ନଜର ପଡିଥିଲ।ଖବର ପାଇ ସକାଳ ୬ ଟାରେ ଅଗ୍ନିଶମ ବାହିନୀ ପହଞ୍ଚି ଥିଲେ। ଗାଈଟି ସେତେବେଳକୁ ପ୍ରାୟ ଚାରି ଫୁଟ ପଙ୍କରେ ବୁଡ଼ି ରହିଥାଏ। ପ୍ରଥମେ ଜେସିବିକୁ ଉଦ୍ଧାର ପାଇଁ ପଠାଗଲା, ମାତ୍ର ଗାଡିଟି ପଙ୍କରେ ପୋତି ହୋଇଗଲା ଏହାପରେ କ୍ରେନ ଅଣାଗଲା କିନ୍ତୁ ଟାଣିଲେ ଗାଈର ଜିବନ ପ୍ରତି ବିପଦ ଆଶଙ୍କା କରି ତାହା ମଧ୍ୟ ବନ୍ଦ ହେଲା। ଖବର ପାଇ ପଶୁ ପ୍ରେମୀ ରୁକେଶ ରୋଶନ ଦାସ, ଅଜୟ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚିଲେ। ନିଷ୍ପତ୍ତି ହେଲା କୋଡ଼ି ଫାଉଡା ସାହାଯ୍ୟରେ ଅଳ୍ପ ଅଳ୍ପ ପଙ୍କ କାଢି ଉଦ୍ଧାର କରାଯିବ। ଶେଷରେ ଏହି ଉପାୟରେ ଉଦ୍ଧାରକାରୀ ମାନେ ୪ ଘଣ୍ଟା ନୟାନ୍ତ ହେବା ପରେ ଗାଈଟିକୁ ଉଦ୍ଧାର କରିଥିଲେ ।