ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି କୋର୍ଡିନେସନ କମିଟି ତରଫରୁ ବୁଧବାର ନାଲକୋ ନିଜସ୍ବ ତାପଜ ବିଦ୍ୟୁତ କେନ୍ଦ୍ର(ସିପିପି)ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଅଫିସର ଆସୋସିଏସନ, ସମସ୍ତ ଶ୍ରମିକ ସଙ୍ଗଠନ ଓ ଠିକ। ଶ୍ରମିକ ସଙ୍ଗଠନମାନେ ସାମିଲି ହୋଇଥିଲେ। ଭାରତର ଏକ ମାତ୍ର ଲାଭଦାୟକ ନବରତ୍ନ ଆଲୁମିନିୟମ କମ୍ପାନୀକୁ କେନ୍ଦ୍ର ସରକାର ଘରୋଇ କରଣ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ନାଲକୋ କେନ୍ଦ୍ର ଓ ରାଜ୍ୟ ସରକାରରଙ୍କୁ ଇତିମଧ୍ୟରେ ୪୨ ହଜାର କୋଟି ଟଙ୍କା ଟାକ୍ସ ଦେଇ ସାରିଲାଣି। ତେବେ ଏଭଳି ଏକ ଲାଭଦାୟକ କମ୍ପାନୀକୁ ସରକାର ପୁଞ୍ଜିପତିମାନଙ୍କ ହାତରେ ଟେକି ଦେଉଥିବା ଯୋଜନାକୁ କମିଟିର କର୍ମକର୍ତ୍ତା ମାନେ ଘୋର ନିନ୍ଦା କରିଛନ୍ତି। କମିଟିର ଅଧକ୍ଷ ପ୍ରସନ୍ନ କୁମାର ମଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷଭରେ ଏଥିରେ ଶ୍ରମିକ ସଙ୍ଗଠନର ନେତା ନିର୍ମଳ ସାମଲ, ପରେସ ଚନ୍ଦ୍ର ଜେନା, ବିଭବ ଜେନା, ସୁଜିତି ସେଠ, ହେମନ୍ତ ପ୍ରଧାନ, ସନ୍ତୋଷ ମହାରଣା, ମାଙ୍ଗିଲାଲ ସାମଲ, ବୈରାଗୀ ସେଠ, ମନୋଜ ସ୍ୱାଇଁ. ନିର୍ମଳ ଶତପଥୀ, ରତ୍ନାକର ପରିଡ଼ା, ମୁନା ସାମଲ, ମନୋଜ ଅମାନ୍ତ, ଗୋପାଳ ମଲିକ, କେଦାର ନାଥ ଦେହୁରୀ ଓ ପ୍ରସାନ୍ତ ବେହେରା ପ୍ରମୁଖ ସାମିଲ ହୋଇଥିଲେ।