ଅନ୍ୟାନ୍ୟ

ଗୋଚର ଜାଗାରେ ରାସ୍ତା ନିର୍ମାଣକୁ ବିରୋଧ କରି ବୃକ୍ଷରୋପଣ କଲେ ସରପଞ୍ଚ ଓ ଗାଁ ଲୋକ

By Angul TV Bureau

December 15, 2022

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ଗାଁରେ ଥିବା ଗୋଚର ଜାଗାରେ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଏବଂ ସରପଞ୍ଚ ତୀବ୍ର ବିରୋଧ କରିଛନ୍ତି। ସୂଚନା ମୁତାବକ, ଅଙ୍ଗାରବନ୍ଧରେ ଥିବା ଗୋଚର ଜାଗାରେ କିଛି ଅସାମାଜିକ ବ୍ୟକ୍ତି ରାସ୍ତା ନିର୍ମାଣ କରୁଥିବା ଦେଖି ଗାଁ ଲୋକେ ସରପଞ୍ଚ ସୁଜାତା ସାହୁଙ୍କୁ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ସରପଞ୍ଚ ଏବଂ ଗ୍ରାମବାସୀ ପହଞ୍ଚି ଗୋଚର ଜାଗାରେ କିଛି ବ୍ୟକ୍ତି ରାସ୍ତା ନିର୍ମାଣ କରୁଥିବା ଦେଖିଥିଲେ। ଏହି ଗୋଚର ଜାଗାରେ ରାସ୍ତା ନିର୍ମାଣକୁ ବିରୋଧ କରି ଆଜି ଦିନ ଦ୍ବିପହରରେ ସରପଞ୍ଚ ଏବଂ ଗାଁ ଲୋକ ମିଶି ୧୦୦ରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିଛନ୍ତି।

ଏହି ବୃକ୍ଷରୋପଣରେ ସରପଞ୍ଚ ସୁଜାତା ସାହୁ, ବିଜୟ ସାହୁ, କୁଂଥୁ ଦାସ, କୃଷ୍ଣ ସାହୁ, ଶରତ ଦାସ, ଅନିଲ ସାହୁ, ଚଉବନ ସାହୁ, ମଣ୍ଟୁ ସାହୁ, ଅଙ୍କୁର ଦାସଙ୍କ ସମେତ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଅନ୍ୟପଟେ ଗୋଚର ଜାଗାରେ ରାସ୍ତା ନିର୍ମାଣ କରୁଥିବା ଅସାମାଜିକ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗାଁ ଲୋକ ପ୍ରଶାସନକୁ ଅନୁରୋଧ କରିଛନ୍ତି।