ଅନ୍ୟାନ୍ୟ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିରୋଧ

By Angul TV Bureau

October 23, 2021

ଅନୁଗୁଳ: ଶାରଦୀୟ ଦୁର୍ଗାପୂଜା ବେଳେ ପଡୋଶୀ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଘୋର୍ ବିରୋଧ କରାଯାଇଛି। ଭାରତ ସରକାର ଏ ଦିଗରେ ହସ୍ତକ୍ଷେପ କରି ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି ହୋଇଛି। ଅନୁଗୁଳ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଂଯୋଜକ ସୁବାସ ଚନ୍ଦ୍ର ଗଡ଼ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏହି ମର୍ମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତାଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗିରିଜା ନନ୍ଦ , ବିଜୟ ମୋଦି , ପଣ୍ଡିତ ମହେଶ ସାହୁ , ରଞ୍ଜିତ ରଶ୍ମି ରଞ୍ଜନ ମିଶ୍ର , ପ୍ରଭାତ ବାରିକ , ମାତୃଶକ୍ତି ଜିଲ୍ଲା ସଂଯୋଜିକା ପଦ୍ମାଖି ସିଂହଙ୍କ ସମେତ ୫୦ ଉର୍ଦ୍ଧ୍ବ କାର୍ଯ୍ୟକର୍ତା ଯୋଗଦେଇଥିଲେ ।