ମୁଖ୍ୟ ଖବର

ପାଳଲହଡ଼ାରେ ନୂତନ ମଦ ଦୋକାନକୁ ବିରୋଧ: ଥାନାର ଦ୍ୱାରସ୍ଥ ହେଲେ ଲୋକେ

By Angul TV Bureau

July 23, 2026

​ଅନୁଗୋଳ: ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ସଦରମହକୁମା ଉଦିତନଗରରେ ନୂତନ ଭାବେ ଖୋଲିଥିବା ବିଦେଶୀ ମଦ ଦୋକାନକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋକାନ ଖୋଲାଯାଇଥିବାରୁ ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରି ଶତାଧିକ ମହିଳା ଓ ପୁରୁଷ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।​ଗତ ଦୁଇଦିନ ହେବ ଦୋକାନ କାର୍ଯ୍ୟକ୍ଷମ ହେବା ପରେ ଗ୍ରାମବାସୀ ମଦ ଦୋକାନ ସମ୍ମୁଖରେ ପ୍ରାୟ ତିନି ଘଣ୍ଟା ଧରି ଧାରଣା ଦେଇଥିଲେ, ଯାହାଫଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ପ୍ରଶାସନ ପକ୍ଷରୁ ଏହାର କୌଣସି ସମାଧାନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।