ମୁଖ୍ୟ ଖବର

ଟାଟା ପାୱାରର ପ୍ରିପେଡ୍ ସ୍ମାର୍ଟ ମିଟରକୁ ବିରୋଧ: ୨୪ ରେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରିବ ବିଦ୍ୟୁତ୍ ଉପଭୋକ୍ତା ସଂଘ

By Angul TV Bureau

January 19, 2025

ଅନୁଗୁଳ: ଟାଟା ପାୱାର ବିରୋଧରେ ଜାନୁଆରୀ ୨୪ ରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରିବ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ଏଟିଇସିଏ)। ଏନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗ ମୁତାବକ, ଟାଟା ପାୱାର ପକ୍ଷରୁ ବିଦ୍ୟୁତ୍ ଉପଭୋକ୍ତାଙ୍କ ଘରେ ବଳପୂର୍ବକ ପ୍ରିପେଡ୍ ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ବାତିଲ କରିବା, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇଦେବା, ବିଦ୍ୟୁତ୍ ବିଲ୍ ଆଦାୟ/ନାଁରେ ଉପଭୋକ୍ତାଙ୍କ ଉପରେ ଶୋଷଣ ବନ୍ଦ କରିବା, Time-day-tariff (ଦିନର ବିଭିନ୍ନ ସମୟ ପାଇଁ ଭିନ୍ନ ଭିନ୍ନ ବିଦ୍ୟୁତ୍ ଶୁଳ୍କ) ଆଦାୟ ନିଷ୍ପଭି ପ୍ରତ୍ୟାହାର କରିବା, ବିଦ୍ୟୁତ୍ ସଂଶୋଧନ ବିଲ୍-୨୦୨୨ ପ୍ରତ୍ୟାହାର କରିବା, ବିଦ୍ୟୁତ୍ ସେବାର ଘରୋଇକରଣ ବନ୍ଦ କରିବା ଦାବିରେ ଅଲ୍ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ୍ (ATECA) ପକ୍ଷରୁ ଆସନ୍ତା ୨୪ ରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଜାନୁୟାରୀ ୨୪ରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ସଂଗଠନର ରାଜ୍ୟ ଆବାହକ ଜୟସେନ ମେହେର, ସଂଗଠକ ପ୍ରହ୍ଲାଦଚନ୍ଦ୍ର ସାହୁ, ଜିଲ୍ଲା ଆବାହକ ତୀର୍ଥବାସୀ ଭୋଇ ଜିଲ୍ଲା ସମସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ନିବେଦନ କରିଥିବା ଜଣାଯାଇଛି।