ମୁଖ୍ୟ ଖବର

ବର୍ଦ୍ଧିତ ଦରରେ ମଦ ବିକ୍ରିକୁ ବିରୋଧ, ଦୋକାନ ସାମ୍ନାରେ ଗଣ୍ଡଗୋଳ

By Angul TV Bureau

June 02, 2024

ବଇଣ୍ଡା: ଅଧିକ ଦରରେ ମଦ ବିକ୍ରିକୁ ନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡାରେ ଥିବା ବିଦେଶୀ ମଦ ଦୋକାନରେ ଶନିବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। କିଛି ଗ୍ରାହକ ସେଠାରେ ବୋତଲ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବଇଣ୍ଡା ଠାରେ ଥିବା ବିଦେଶୀ ମଦ ଦୋକାନରେ କିଛି ମାସ ହେବ ଦର ଠାରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରାଯାଉଛି। ଏଠାରେ ମଦ ବିକ୍ରି ପାଇଁ ସରକାରଙ୍କ ଠାରୁ ଲାଇସେନ୍ସ ଥିଲେ ମଧ୍ୟ ସମ୍ପୃକ୍ତ ଦୋକାନୀ ବୋତଲ ପିଛା ୨୦ ଟଙ୍କା ଅଧିକ ରଖୁଛନ୍ତି। ଶନିବାର ଦିନ ବଇଣ୍ଡା ଅଞ୍ଚଳରେ ଚନ୍ଦନ ଯାତ୍ରାର ମେଲୋଡି ଚାଲିଥିଲା। ଏହି ସମୟରେ ଗ୍ରାହକମାନେ ବର୍ଦ୍ଧିତ ଦରରେ ମଦ ବିକ୍ରିକୁ ବିରୋଧ କରି ଭଙ୍ଗାରୁଜା କରିଥିବା ଜଣାଯାଇଛି। ତେବେ ଏହି ଦୋକାନରେ ଅଧିକ ଦରରେ ମଦ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନ ଥିବାରୁ ଏଥିପ୍ରତି ଜିଲ୍ଲା ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।