ଅନ୍ୟାନ୍ୟ

ସ୍କୁଲ ସ୍ଥାନାନ୍ତରଣକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ରେଡକ୍ରସ୍ ସ୍ଵତନ୍ତ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ଅଭିଭାବକ

By Angul TV Bureau

February 07, 2025

ଅନୁଗୁଳ: ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ କରି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଗୀତାଗ୍ରାମସ୍ଥିତ ରେଡକ୍ରସ୍ ସ୍ଵତନ୍ତ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ଅଭିଭାବକ।

ସେମାନଙ୍କ ଅଭିଯୋଗ ମୁତାବକ, ପୂର୍ବରୁ ବଳରାମ ପ୍ରସାଦ ଅଞ୍ଚଳରେ ନକୁଳ ଚନ୍ଦ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟ ଥିଲା। ସେଠାରେ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସୁବିଧା ନଥିବାରୁ ଅଭିଭାବକମାନେ ପିଲାଙ୍କୁ ସେଠାକୁ ଛାଡ଼ୁ ନଥିଲେ। ଏଣୁ କିଛି ବର୍ଷ ହେଲା ଗୀତାଗ୍ରାମ ଅଞ୍ଚଳରେ ସେହି ବିଦ୍ୟାଳୟ ଚାଲୁଛି। ଆଉ ଅଭିଭାବକ ମଧ୍ୟ ପିଲାଙ୍କୁ ପଠାଉଛନ୍ତି। କିନ୍ତୁ ଏବେ ଖବର ଆସୁଛି ଯେ ବିଦ୍ୟାଳୟ ପୂର୍ବରୁ ଯେଉଁଠି ଥିଲା ସେଠାକୁ ପୁନଶ୍ଚ ଫେରିଯିବ। ସ୍କୁଲ ଉଠିଗଲେ ପିଲାଙ୍କର ସମସ୍ୟା ହେବ। ଏଣୁ ଏହାକୁ ବିରୋଧ କରି ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।