ଅନୁଗୁଳ: ଅନୁଗୁଳ ଜିଲ୍ଲା ସୁରକ୍ଷା ମଞ୍ଚ ଓ ବିଦ୍ୟୁତ୍ ଉପଭୋକ୍ତା ସଂଘପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଲ ଆୟୋଜିତ କରାଯାଇଥିଲା। ୧୩ ଦଫା ଦାବି ନେଇ ଏହି ସମ୍ମିଳନୀ ଡାକିଥିଲେ କଂଗ୍ରେସ ନେତା ପ୍ରବୋଧ କୁମାର ସ୍ବାଇଁ ଓ ଆଡଭୋକେଟ୍ ଧର୍ମେନ୍ଦ୍ର ନାଥ ମିଶ୍ର । ସ୍ମାର୍ଟ ମିଟରକୁ ବିରୋଧ କରାଯିବ ବୋଲି ଶ୍ରୀ ସ୍ୱାଇଁ ଚେତାବନୀ ଦେଇଥିଲେ।
ଅନୁଗୁଳ ବାସୀଙ୍କୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ୍,ବିନା ନୋଟିସରେ ଲାଇନ କାଟିବା ବନ୍ଦ କରିବା, ପ୍ରତି ଶିଳ୍ପ ସଂସ୍ଥା ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନା ବସାଇବା, ଜିଲ୍ଲାର କୃଷକ ମାନଙ୍କ ପାଇଁ ସୁଧ ମୁକ୍ତ ଋଣ ଦେବା, ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନ କରିବା, କୃଷି ମିତ୍ର ଓ ପ୍ରାଣୀ ମିତ୍ରଙ୍କୁ ସର୍ବ ନିମ୍ନ ୧୮ ହଜାର ଟଙ୍କା ଦରମା ଦେବା ଏବଂ ଅନୁଗୁଳ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ ଆଦି କରିବାପାଇଁ ସମ୍ମିଳନୀରେ ଶ୍ରୀ ସ୍ୱାଇଁ ଦାବି କରିଥିଲେ। ଜିଲ୍ଲା ପ୍ରଶାସନ ଏହା ନମାନିଲେ ସଂଘ ରାଜ ରାସ୍ତାକୁ ଓହ୍ଲାଇବ ବୋଲି କହିଥିଲେ ।