ମୁଖ୍ୟ ଖବର

୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

By Swagatika Samantray

March 18, 2023

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ। ବିଜୁଳି, ଘଡ଼ଘଡ଼ି ସହ ଆଜି ଦେଖିବାକୁ ମିଳିବ ଝଡ଼ର ପ୍ରବଳ ପ୍ରଭାବ। ବିଜୁଳି ଘଡ଼ଘଡ଼ି ସହ କୁଆ ପଥର ବର୍ଷା ପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ଜିଲ୍ଲା ଗୁଡ଼ିକ ହେଲେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଓ ପୁରୀ ଜିଲ୍ଲା। ଏହି ସବୁ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏହାସହ କଟକ, ଯାଜପରୁ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ଅନୁମାନ କରାଯାଇଛି। ଏହି ତିନି ଜିଲ୍ଲାର କିଛି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ହୋଇପାରେ। ବିଶେଷ ଭାବେ ଏହି ସମୟରେ ପବନର ବେଗ ୪୦ରୁ ୪୫ କିମି ବହିବାର ମଧ୍ୟ ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ ।

୧୯ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ତାରିଖ ବେଳକୁ ଧୀରେଧୀରେ ବର୍ଷାର ପରିମାଣ କମିବ ଏବଂ ପୁଣି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।