ଅନ୍ୟାନ୍ୟ

ଏସୟୁଜେ ଅନୁଗୁଳ ଶାଖାର ସାଙ୍ଗଠନିକ ବୈଠକ: ୫୨ ଜଣ ସାମ୍ବାଦିକଙ୍କୁ ସଂଘର ପରିଚୟ ପତ୍ର ପ୍ରଦାନ

By Angul TV Bureau

July 31, 2025

ଅନୁଗୁଳ: ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁଜେ) ଅନୁଗୁଳ ଶାଖାର ସାଙ୍ଗଠନିକ ବୈଠକ ଓ ପରିଚୟ ପତ୍ର ପ୍ରଦାନ ଉତ୍ସବ ସମଲ ବ୍ୟାରେଜ ଅତିଥି ଭବନରେ ଅନୁଷ୍ଠିତ ହୋଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତି କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଏସୟୁଜେ ଓଡ଼ିଶା ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଓ ସମ୍ମାନିତ ଅତିଥି ଭାବେ ସ୍ବତନ୍ତ୍ର ଟ୍ରିବ୍ୟୁନାଲ କମିଟି ସଦସ୍ୟ ନିତ୍ୟାନନ୍ଦ ମିଶ୍ର ଓ ସାମ୍ବାଦିକ ଶରତ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଅନୁଗୁଳ ଜିଲ୍ଲାର ୫୨ ଜଣ ସାମ୍ବାଦିକଙ୍କୁ ସଂଘର ପରିଚୟ ପତ୍ର କାର୍ଡ ପ୍ରଦାନ କରାଯାଇଥିଲା। ଅନୁଗୁଳ ଶାଖା ସଭାପତି ବିରଜା ଶଙ୍କର ମିଶ୍ର ସଭାପତିତ୍ବ କରିଥିବା ବେଳେ ସାଧାରଣ ସମ୍ପାଦକ ବନମାଳୀ ନାଏକ ବିବରଣୀ ପାଠ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌଭାଗ୍ୟ ମହାରଣା, ଜିଲ୍ଲା ସହ ସମ୍ପାଦକ ପ୍ରଦୀପ ବେହେରା, ବିଜୟ ବେହେରା,ସୁବାସ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସିଂ, ଜିଲ୍ଲା ଉପସଭାପତି ରଞ୍ଜନ ସାହୁ ଓ ପୂର୍ଣ୍ଣଚନ୍ଦ୍ର ବେହେରା, ଜାତୀୟ ପରିଷଦ ସଦସ୍ୟ ସୟଦ ଜୁଲ୍ଫିକର ହୁସେନ ପ୍ରମୁଖ ସଂଗଠନ ନେଇ ନିଜ ନିଜର ମତ ଦେଇଥିଲେ।ଆଗାମୀ ନଭେମ୍ବର ମାସରେ ଅନୁଗୁଳ ଜିଲ୍ଲା ଶାଖା ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ। ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୁଗଳ କିଶୋର ଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ।