ମୁଖ୍ୟ ଖବର

ଜିଲ୍ଲାରେ ପ୍ରଚଳନ ହେବ ଓଡ଼ିଆ ନୋଟିଙ୍ଗ ଓ ଡ୍ରାଫଟିଂ

By Biswaranjan Pattnaik

June 10, 2022

ଅନୁଗୁଳ: ଓଡିଶା ଭାଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟର ସବୁ କାର୍ଯ୍ୟାଳୟରେ ଫାଇଲ କାର୍ଯ୍ୟ ଏଣିକି ଓଡ଼ିଆରେ କରାଯିବାକୁ ନିଷ୍ପତ୍ତି ନିଆଯିବା ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ସଂଖ୍ୟା ୨୩୪ ତା ୪.୬.୨୦୨୨ ଅନୁସାରେ ସବୁ ବିଭାଗକୁ ଚିଠି କରାଯାଇ ପ୍ରତ୍ୟେକ ବିଭାଗରୁ ଦୁଇ ଜଣ ଲେଖାଏଁ ଅଧିକାରୀ ବା କର୍ମଚାରୀଙ୍କ ନାମ ପଠାଇବାକୁ ନିର୍ଦେଶ ଦିଆଯାଇଛି। ଫଳରେ ତାଲିମ ପରେ କର୍ମଚାରୀମାନେ ପ୍ରୟୋଗାତ୍ମକ ଓଡ଼ିଆ ଭାଷା ବା ଓଡ଼ିଆ ନୋଟିଙ୍ଗ ଡ୍ରାଫଟିଂ ଲେଖିବାକୁ ସକ୍ଷମ ହେବେ।ଓଡିଆ ଭସପ୍ରେମୀଙ୍କ ପାଇଁ ଏହା ଏକ ଭଲ ଖବର ନିଶ୍ଚୟ। ନିକଟରେ ଭାଷା ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥାର ନାମ ଫଳକ ଓଡ଼ିଆରେ ଲେଖିବାକୁ ନିର୍ଦେଶ ଦିଅ ଯାଇଥିଲା ।