ଅନ୍ୟାନ୍ୟ

ଅନୁଗୁଳରେ ଓରମାସର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଉଦଘାଟିତ, ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବାକୁ ଲକ୍ଷ୍ୟ

By Angul TV Bureau

January 03, 2024

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଓରମାସ୍‌ର ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଉଦଘାଟନ କରିଛନ୍ତି। ମୁଖ୍ୟତଃ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବା ଏବଂ ସେମାନଙ୍କ ଦ୍ବାରା ଉତ୍ପନ୍ନ ଦ୍ରବ୍ୟକୁ ରାଜ୍ୟ ଓ ରାଜ୍ୟ ବାହାରେ ବହୁଳ ମାତ୍ରାରେ ବିକ୍ରୟ କରିବା ଏହି କର୍ମଶାଳାର ଲକ୍ଷ୍ୟ। ଏଣୁ ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନର ସ୍ତରକୁ କିପରି ପରିବର୍ତ୍ତନ କରାଯାଇପାରିବ ସେ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା।

କର୍ମଶାଳାକୁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ ପରିଚାଳନା କରିଥିବା ବେଳେ ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ ଓ ଓର୍‌ମାସର କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ ପ୍ରଶିକ୍ଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।