ଅନୁଗୁଳ: ରାଜ୍ୟରେ ବଢ଼ୁଥିବା ତାପମାତ୍ରାର ପ୍ରଭାବ ଅନୁଗୁଳରେ ବି ଦେଖିବାକୁ ମିଳିଲାଣି। ଜିଲ୍ଲାରେ ଏବେ ଦିନରେ ପ୍ରଚଣ୍ଡ ଖରା ସାଙ୍ଗକୁ ତାପମାତ୍ରା ବୃଦ୍ଧି ହେବା ସହ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ଓଆର୍ଏସ୍ ମିଶ୍ରିତ ପାଣି ଦିଆଯାଉଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ହଜାର ହଜାର ରୋଗୀ ଆସୁଛନ୍ତି। ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି ଡାକ୍ତରଖାନା ପକ୍ଷରୁ ଓଆର୍ଏସ୍ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଡାକ୍ତରଖାନା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ଜଣେ ସୁରକ୍ଷା କର୍ମୀ ଲୋକଙ୍କୁ ଓଆରଏସ୍ ପାଣି ବଣ୍ଟନ କରିଥିଲେ। ପ୍ରଚଣ୍ଡ ରୌଦ୍ରତାପରେ ଲୋକଙ୍କୁ ଏଭଳି ପାଣି ବଣ୍ଟାଯାଉଥିବାରୁ ସ୍ଥାନୀୟ ଜନତା ଖୁସିବ୍ୟକ୍ତ କରିଛନ୍ତି।