ଅନ୍ୟାନ୍ୟ

ଆଠମଲ୍ଲିକରେ ଓଷ୍ଟାର ବ୍ଲକସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଆୟୋଜିତ

By Angul TV Bureau

July 30, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଓଷ୍ଟା ପକ୍ଷରୁ ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବିଧାନିକ ସମ୍ମିଳନୀ ସୋମବାର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ଶିକ୍ଷକଙ୍କ ଦାୟିତ୍ୱ ବିଷୟରେ କହିଥିଲେ।

ଶିକ୍ଷାବିତ ସୁଧାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଅତିଥି ଭାବରେ ରାଜ୍ୟ ଉପ ସଭାପତି ଶ୍ରୀକାନ୍ତ ସାହୁ, ଜିଲ୍ଲା କାର୍ଯ୍ୟକର୍ତ୍ତା ସଞ୍ଜୟ କୁମାର ସାହୁ ଯୋଗ ଦେଇଥିଲେ। ଏଥିରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ବ୍ଲକର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ଓଷ୍ଟାର ଆଠମଲ୍ଲିକ ବ୍ଲକ ସଭାପତି ଭାବରେ ଚିଦାନନ୍ଦ ଦେହୁରୀ, ଉପ ସଭାପତି ଆପଲି ପଲେଇ ଓ କଳ୍ପନା ମିଶ୍ର, ସମ୍ପାଦକ ଭାବରେ ଅଜିତ୍ କୁମାର ସାହୁ, ସହ ସମ୍ପାଦକ ଭାବରେ ସୁବଳ କୁମାର ପ୍ରଧାନ, ସଞ୍ଜୟ ମାଝୀ ଓ ଲୋପାମୁଦ୍ରା କହଁରଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଜିଲ୍ଲା କାର୍ଯ୍ୟକାରିଣୀ ଭାବେ କମଳ ଲୋଚନ ନାୟକ, ତ୍ରିଲୋଚନ ଦେହୁରୀ ଓ ମାନସ ରଞ୍ଜନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଅମିୟ କୁମାର ସାହୁ, ଦୀପକ୍ କୁମାର ପ୍ରଧାନ ଓ ସୌଦାଗର ପ୍ରଧାନଙ୍କୁ ମନୋନୀତ କରାଯାଇଛି।