ମୁଖ୍ୟ ଖବର

ଅନୁଗୁଳ ବିଧାୟକଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ଓୟୁଜେ ସାମ୍ବାଦିକ ୟୁନିଅନ

By Angul TV Bureau

September 20, 2025

ଅନୁଗୁଳ: ଅନୁଗୁଳର ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି। ଏ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଧାୟକ ଅଶୋକ ମହାନ୍ତି ପ୍ରମୁଖ ମେଡିକାଲ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଭୁବନେଶ୍ୱର ସ୍ଥିତି ବିଧାୟକଙ୍କ ସରକାରୀ ବାସଭବନ ଠାରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ଓ ଅନୁଗୁଳ ସଭାପତି ଅଜିତ କୁମାର ଧର ମେଡିକାଲରେ ବିଧାୟକଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି।