ଅନୁଗୁଳ: ବିଭିନ୍ନ ସମସ୍ୟା ମଧ୍ୟରେ ଯୁଝି ହେଉଥିବା ଅନୁଗୁଳ ଜିଲ୍ଲା କଂଗ୍ରେସ ଶେଷରେ ମଙ୍ଗଳବାର ସ୍ଥାନୟ କାଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୌର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ ବିଜୟ ନେଇ ଆଶାବାଦୀ ବୋଲି କହିଥିଲେ। ଜିଲ୍ଲା ନଗର କଂଗ୍ରେସ ସଭାପତି ସୁଦିପ ମିଶ୍ର, ଯୁବ ନେତା ତପନ ପ୍ରଧାନ,ରାକେଶ ମିଶ୍ର ଏବଂ ନଗର ମହିଳା କଂଗ୍ରେସ ସଭାନେତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ନଗରପାଳ ପ୍ରାର୍ଥୀ ବଲବିର ସିଂହ ଯୋଗ ଦେଇ ବିଜୟୀ ହେଲେ ଅନୁଗୁଳ ସହରର ଉନ୍ନତି ପାଇଁ ସବୁମନ୍ତେ ଉଦ୍ୟମ କରାଯିବ ଏବଂ ପୌର ପ୍ରଶାସନକୁ ସ୍ୱଚ୍ଛ କରାଯିବ ବୋଲି କହିଥିଲେ।