ଅନ୍ୟାନ୍ୟ

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଲାଗି ତାଳପତ୍ର ପଟ୍ଟଚିତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

By Angul TV Bureau

September 18, 2023

ତାଳଚେର: ସ୍ଥାନୀୟ ବନ୍ତଳ ପଞ୍ଚାୟତ ଅଧୀନସ୍ଥ ବଙ୍ଗୁସ୍ଥିତ ଶନିମନ୍ଦିର ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ତାଳପତ୍ରର ପଟ୍ଟଚିତ୍ର ଉପରେ ଉଦ୍ୟୋଗ ବିକାଶ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି।

ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ମିଶନଶକ୍ତି କର୍ମକର୍ତ୍ତା ବିଲୁପ୍ତ ତଥା ହଜିଯାଉଥିବା କଳା ଯେପରିକି ପଟ୍ଟଚିତ୍ର , ତାଳପତ୍ର ଖୋଦେଇ, ଚାନ୍ଦୁଆ, ଡୋକ୍ରା ,ଟେରାକୋଟା, ଝୋଟ, ବାଉଁଶ, ସବାଇଘାସ ଇତ୍ୟାଦି ଦ୍ବାରା କିପରି ପୁନରୁଦ୍ଧାର ହେବ ସେ ନେଇ ବୁଝାଇଥିଲେ।

କାର୍ଯ୍ୟକ୍ରମରେ ୨୫ ଜଣ ସଦସ୍ୟା ଭାଗ ନେଇଥିଲେ। ଓଡ଼ିଶା ଜୀବିକା ମିଶନର ଗୋଷ୍ଠୀ ସାଧନ ବ୍ୟକ୍ତି ରାନୁ ସାମଲ, ତାଲିମ୍ ଦାତ୍ରୀ ଭାବେ ପ୍ରତିମା ମହାପାତ୍ର, ସବିତା ମହାପାତ୍ର, ମହାଦେବ ଦାସ୍, ପଦ୍ମାଳୟା ବିଶିମାଝୀ, ମମତାରାନୀ ବିଶିମାଝୀ ପ୍ରମୁଖ ସହଯୋଗ କରିଥିଲେ।