ମୁଖ୍ୟ ଖବର

ଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ନେଇ ମିନି ମାରାଥନ, ଭାଗ ନେଲେ ୪୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

By Angul TV Bureau

February 04, 2024

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ବନଖଣ୍ଡ ବିଭାଗ ତରଫରୁ ଆଜି ଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ଏବଂ ମିନି ମାରାଥନ ଅନୁଷ୍ଠିତ ହୋଇଛି। ପ୍ରଥମେ ବନ ବିଭାଗ ତରଫରୁ ଆଠମଲ୍ଲିକ ଖେଳ ପଡ଼ିଆରେ ବହୁ ଯୁବକ ଯୁବତୀ, ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ କରାଯାଇଥିଲା। ପରେ ଆଠମଲ୍ଲିକ ଡିଏଫଓ ସନ୍ତୋଷ କୋପୁଲା ସବୁଜ ପତାକା ଦେଖା ମିନି ମାରାଥନ ଆରମ୍ଭ କରିଥିଲେ। ମାରାଥନରେ ୪୦୦ ଶହ ପିଲା ଅଂଶଗ୍ରହଣ କରିଥିଲେ। ମାରାଥନ ଆମୁନିଟି ସେଣ୍ଟର ଠାରେ ପହଞ୍ଚିଥିଲା। ସେଠାରେ ଜଙ୍ଗଲ ନିଆଁ ବିରୁଦ୍ଧରେ ବିଭିନ୍ନ ନୃତ୍ୟ ଗୀତ ମାଧ୍ୟମରେ ବିଭିନ୍ନ ସଚେତନତା କରାଯାଇଥିଲା।

ମିନି ମାରାଥନରେ କେନ୍ଦୁପତ୍ର ଡିଏଫଓ ଜ୍ୟୋତି କୋଟାଲ, ଆଠମଲ୍ଲିକ ଏସଡ଼ିପିଓ ବାଳକୃଷ୍ଣ କଅଁର, ଆଠମଲ୍ଲିକ ଆଇଆଇସି ଚିତ୍ତରଞ୍ଜନ ବେହେରା, ଏସିଏଫ ସଚ୍ଚିଦାନନ୍ଦ ସେଠୀ, ଏସିଏଫ ଦିବ୍ୟସିଂ ମାଝୀ, ଆଠମଲ୍ଲିକ ରେଞ୍ଜର ସୁନୀଲ କୁମାର ସାହୁ, ଧଣ୍ଡା ତୋପା ରେଞ୍ଜର ବବ୍ରୁ ବାହନ ସାହୁ, ମାଧପୁର ରେଞ୍ଜର ବିଜୟ କୁମାର ସାହୁ, ହଣ୍ଡପା ରେଞ୍ଜର ନରେନ୍ଦ୍ର ଗମାଙ୍ଗ, ବାମୁର ରେଞ୍ଜର ସରୋଜ କୁମାର ମିଶ୍ର ଉପସ୍ଥିତ ଥିଲେ। ମିନି ମାରାଥନର ସିନିୟର ବାଳକ ବିଭାଗରେ ବାପୁନ ପ୍ରଧାନ ପ୍ରଥମ, ଅର୍ଜୁନ ନାଏକ ଦ୍ୱିତୀୟ, ନିଖିଲ ପାତ୍ର ତୃତୀୟ ହୋଇଥିବା ବେଳେ ଜୁନିଅର ବାଳକ ବିଭାଗରେ ଚନ୍ଦ୍ରଶେଖର ମହାକୁଡ଼ ପ୍ରଥମ, ଦୁଃଖିଶ୍ୟାମ ଭୁକ୍ତା ଦ୍ୱିତୀୟ, ଚିନ୍ମୟ ରଞ୍ଜନ ନାଏକ ତୃତୀୟ ହୋଇଛନ୍ତି।

ସେହିପରି ସିନିୟର ବାଳିକା ବିଭାଗରେ ସନ୍ଧ୍ୟାରାଣୀ ନାଏକ ପ୍ରଥମ, ରାଜେଶ୍ୱରୀ ନାୟକ ଦ୍ୱିତୀୟ, ସାଗରିକା ପ୍ରଧାନ ତୃତୀୟ ହୋଇଛନ୍ତି। ଜୁନିଅର ବାଳିକା ବିଭାଗରେ ମୌସୁମୀ ଭୁକ୍ତା ପ୍ରଥମ, ଅର୍ଚ୍ଚିତା ମହାକୁଡ଼ ଦ୍ୱିତୀୟ, ଅନୁସୟା ମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମରେ ସଞ୍ଜୟ ଭୁରଭୁରି, ପ୍ରଭାତ କୁମାର ଦନ୍ତା, ବିଶ୍ୱଜିତ ମହାନ୍ତି, ରବୀନ୍ଦ୍ର ମହାନ୍ତି, ସିଦ୍ଧାର୍ଥ ସାହୁ, ସଞ୍ଜୀବ କୁମାର ସିଂ ସାମନ୍ତଙ୍କ ସମେତ ଆଠମଲ୍ଲିକ ବନଖଣ୍ଡ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।