ମୁଖ୍ୟ ଖବର

ପ୍ରତିଶ୍ରୁତି ରଖୁନାହାନ୍ତି ସରକାର, ବିଭିନ୍ନ ମୌଳିକ ସମସ୍ୟା ଦୂର କରିବାକୁ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବି

By Angul TV Bureau

October 20, 2024

ଅନୁଗୁଳ: ଅନୁଗୁଳ ମ୍ୟୁନିସିପାଲିଟି ସ୍ଥିତ ଟାଉନ ହଲ ଠାରେ ଅନୁଗୁଳ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ସଂଘ ପୂର୍ବରୁ ବିଭିନ୍ନ ସମସ୍ୟା ନେଇ ପୂର୍ବତନ ସରକାର ସମୟରେ ବହୁବାର ଶାନ୍ତିପୂର୍ଣ୍ଣ ଧର୍ମଘଟ କରିଛି ବୋଲି କହିଥିଲେ। ପୂର୍ବତନ ରାଜ୍ୟ ସରକାର ଖୁବ ଶୀଘ୍ର ଆଉଟ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯେଉଁ ସମୟରେ ବିଶ୍ବ ମହାମାରୀ କୋଭିଡ ଆକ୍ରମଣରେ ସାରା ବିଶ୍ବ ଆକ୍ରାନ୍ତ ଥିଲା, ସେହି ସମୟରେ ଏହି ଆଉଟସୋର୍ସିଂ କର୍ମଚାରୀ ଦିନରାତି ପରିଶ୍ରମ କରି ଧନ, ଜୀବନ, ରାଷ୍ଟ୍ରୀୟ ସମ୍ପତ୍ତିର ସୁରକ୍ଷା କରୁଥିଲେ। କିନ୍ତୁ ପରେ ସେମାନଙ୍କୁ ଛଟେଇ କରାଯାଇଥିଲା। ଏଥିସହ ବର୍ଦ୍ଧିତ ଦରମା ଘୋଷଣା ପରେ ମଧ୍ୟ ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ଆଜି ଯାଏ ମିଳିଲା ନାହିଁ ବୋଲି ସଂଘର କର୍ମକର୍ତ୍ତା କହିଥିଲେ। ଏଣୁ ସେମାନଙ୍କ ଦାବି ପୂରଣ କରିବାକ ସଂଘ ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହାସଂଘର ସଭାପତି ସଂଜୟ ପଟ୍ଟନାୟକ, ମହାସଚିବ ହେମନ୍ତ ବସ୍ତିଆ, ତାପସ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ସନ୍ତୋଷ ସିଂ, ଅନୁଗୁଳ ଜିଲ୍ଲା ଆଉଟସୋର୍ସିଂ ସଂଘର ସଭାପତି ଯୁଗନମୟୀ ଦାଶ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସାହୁ, ଅଞ୍ଚଳ କୁମାର ସାହୁ, ରଶ୍ମିତା ବେହେରା, ସୌମ୍ୟପ୍ରକାଶ ଷଡ଼ଙ୍ଗୀ ଓ ବାପୁନ ମହାକୁଡ଼ ପ୍ରମୁଖ ଯୋଗ ଦେଇଥିଲେ।