ମୁଖ୍ୟ ଖବର

ବଦଳିବ ବିଦ୍ୟାଳୟର ରୂପରେଖ

By Angul TV Bureau

April 18, 2021

ଅନୁଗୁଳ: ସରକାରୀ ବିଦ୍ୟାଳୟର ଚେହେରା ବଦଳିବ। ସ୍ମାର୍ଟ ଶ୍ରେଣୀ କକ୍ଷ, ଇ- ପାଠାଗାର, ବିଜ୍ଞାନ ପରୀକ୍ଷାଗାର, ମୋ ପ୍ରୟାସ, ଖେଳ ପଡ଼ିଆର ଉନ୍ନତୀକରଣ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ନୂତନ କାର୍ଯ୍ୟକ୍ରମ ହାତକୁ ନେବାର ଯୋଜନା ରହିଛି । ୫-ଟି ଓ ‘ମୋ ସରକାର’ ଅଭିଯାନରେ ସାମିଲ ହୋଇଥିବା ଅନୁଗୁଳ ଜିଲ୍ଲାର ୫୦ଟି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଉପରେ ଏମିତି ଗୁରୁତ୍ଵ ଦିଆଯାଇଥିଲାବେଳେ ଆଗକୁ ଅଧିକ ବିଦ୍ୟାଳୟକୁ ଏଥିରେ ସାମିଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ଏହି ୫୦ଟି ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତିକରଣ ଓ ନୂତନ ରୂପରେଖ ସହ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଜିଲ୍ଲା ପ୍ରଶାସନ ନୂତନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆସନ୍ତା ଅକ୍ଟୋବର ୨ ତାରିଖରେ ଏ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବେ ଆରମ୍ଭ ହେବ। ଏହା ପୂର୍ବରୁ ଶନିବାର ରାଜ୍ୟ ୫ଟି ସଚିବ ଭି.କେ. ପାଣ୍ଡିଆନ ଭିଡିଓ କନଫରେନିଂ ମାଧ୍ୟମରେ ଅନୁଗୁଳ ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ୫୦ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ, ପରିଚାଳନା ସମିତିର ସଭାପତି, ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ପରବର୍ତ୍ତୀ ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।