ଅନ୍ୟାନ୍ୟ

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ବାଣୀରୂପା ଷ୍ଟଡି ସେଣ୍ଟରର ଅପୂର୍ବ ସଫଳତା

By Biswaranjan Pattnaik

July 29, 2022

ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ବାଣୀରୂପା ଷ୍ଟଡି ସେଣ୍ଟରର ଛାତ୍ରଛାତ୍ରୀଙ୍କୁ ବିଶେଷ ସଫଳତା ମିଳିଛି। ଏହି ପରୀକ୍ଷାରେ ଷ୍ଟଡି ସେଣ୍ଟରର ୨୦ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏହି ସେଣ୍ଟରର ଛାତ୍ର ଶୁଭ୍ରାଂଶୁ ଶେଖର ପ୍ରଧାନ ୫୩୪ ନମ୍ବର ରଖି ଅନୁଗୁଳ ଜୁନିଅର କଲେଜରେ ଦ୍ଵିତୀୟ ଟପର ହୋଇଥିବାବେଳେ ଛାତ୍ରୀ ପ୍ରସ୍ମିତା ପ୍ରଧାନ ୫୩୧ ନମ୍ବର ରଖି ତୃତୀୟ ଟପର୍ ହୋଇଛନ୍ତି। ଏ ଅବସରରେ ସେଣ୍ଟରର ନିର୍ଦ୍ଦେଶକ ଶକ୍ତି ପ୍ରସାଦ ପଟ୍ଟନାୟକ ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ ଯେ, ନିୟମିତ ପରୀକ୍ଷା, ଅଭିଜ୍ଞ ଅଧ୍ୟାପକ, ଡ଼ାଉଟ୍ କ୍ଲିୟରିଂ କ୍ଲାସ, ଶ୍ରେଣୀରେ ଶୃଙ୍ଖଳା ଆଦି ଯୋଗୁଁ ସେଣ୍ଟର ଏଭଳି ସଫଳତା ପାଇଛି ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ସେଣ୍ଟର ନିର୍ଦ୍ଦେଶକ କୃତୀ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।