ଅନ୍ୟାନ୍ୟ

ଏନ୍‌ଟିପିସି ଥାନା ପୁଲିସକୁ ବଡ଼ ସଫଳତା: ୭ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ, ୪ ଗିରଫ

By Angul TV Bureau

July 24, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ଏନ୍‌ଟିପିସି ଥାନା ପୁଲିସ ପକ୍ଷରୁ ଧଳାଜହର କାରବାର ବିରୋଧରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୭ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର ଜବତ ହୋଇଛି।

ପୁଲିସ ଜବତ କରିଥିବା ସାମଗ୍ରୀ ମଧ୍ୟରେ ୯,୫୦୦ ଟଙ୍କା ନଗଦ, ୫ଟି ମୋବାଇଲ ଫୋନ୍ ଏବଂ ୨ଟି ମୋଟରସାଇକେଲ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମଲ ଥାନା ଅନ୍ତର୍ଗତ ଚନ୍ଦ୍ରବିଲ ଗ୍ରାମର ଗୋବିନ୍ଦ ବେହେରା ଏବଂ ଏନ୍‌ଟିପିସି ଥାନା ଅଞ୍ଚଳର ରୁଣା ଓରଫ ଟୁନା କିଶୋର ମହାନ୍ତ, ଗୁପ୍ତା ମହାନ୍ତ ଓ ନଗରମଲ୍ଲା ପ୍ରଧାନ।ଏନଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଏହି କାରବାର ସହ ଜଡ଼ିତ ଅନ୍ୟମାନଙ୍କୁ ସାମ୍ନାକୁ ଆଣିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ନିଶା କାରବାର ବିରୋଧରେ ଆଗାମୀ ଦିନରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏନ୍‌ଟିପିସି ଥାନା ଆଇଆଇସି ସଂଯୁକ୍ତା ଖିଲାର ସୂଚନା ଦେଇଛନ୍ତି।