ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ରବିବାର ପବିତ୍ରନଗର କ୍ଲବ ଆନୁକୂଲ୍ୟରେ ଏକ ଦିନିକିଆ ‘ପବିତ୍ର ମୋହନ ନାଇଟ୍ କ୍ରିକେଟ ଟୁର୍ଣାମେଣ୍ଟ’ ଅନୁଷ୍ଠିତ ହୋଇଛି। ଉଦଘାଟନୀ ଉତ୍ସବରେ ସ୍ୱର୍ଗତ ପବିତ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ। ରାତ୍ରି ସମୟରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ ଶିପୁର ଟିମକୁ ପରାସ୍ତ କରି ଗହମ ଟିମ ବିଜୟୀ ହୋଇଥିଲା। ବ୍ୟକ୍ତିଗତ ଭାବେ ମିଥୁନ ବେହେରା ‘ମ୍ୟାନ ଅଫ ଦି ସିରିଜ’ ଏବଂ ପ୍ରକାଶ ଚନ୍ଦ୍ର ବେହେରା ‘ମ୍ୟାନ ଅଫ ଦି ମ୍ୟାଚ’ ବିବେଚିତ ହୋଇଥିଲେ। ସେହିପରି ମିଟୁନ ଜେନାଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ସମ୍ମାନିତ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ ପ୍ରଫୁଲ୍ଲ ମିଶ୍ର ଓ ପ୍ରବୀଣ ସାହୁ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ଣାମେଣ୍ଟକୁ ସୁବ୍ରତ ବିଶ୍ବାଳ, ଦୀପକ ସାହୁ, ଆଶିଷ ପ୍ରଧାନ, ସୁଶାନ୍ତ ପ୍ରଧାନ, ଚନ୍ଦନ ପ୍ରଧାନ ଓ ସୁବାସ ବେହେରା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ କ୍ରିକେଟ ପ୍ରେମୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।