ମୁଖ୍ୟ ଖବର

ଏଇ ବର୍ଷ ଖୋଲିବ ପବିତ୍ରମୋହନ ମେଡିକାଲ କଲେଜ, କୌଣସି ଧାରଣା ନ ଦେବାକୁ ପରାମର୍ଶ

By Angul TV Bureau

June 17, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପବିତ୍ରମୋହନ ମେଡିକାଲ କଲେଜରେ ଚଳିତବର୍ଷଠୁ ଆରମ୍ଭ ହେବ ପାଠପଢ଼ା ଓ ରୋଗୀ ଦେଖା। ଏଣୁ ଏନେଇ ଆଉ କୌଣସି ଧାରଣା କି ଆନ୍ଦୋଳନ ନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନା ମୁତାବକ, ମେଡିକାଲ କଲେଜ ସହିତ ଜଡ଼ିତ କାର୍ଯ୍ୟ ଏବେ ସମ୍ପୂର୍ଣ୍ଣ ହୋଇଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ଜାତୀୟ ମେଡିକାଲ ପରିଷଦ ଦ୍ବାରା ଆନୁଷ୍ଠାନିକ ଯାଞ୍ଚ ଖୁବ୍ ଶୀଘ୍ର ହେବାକୁ ଯାଉଛି। ଏହି ସମୟରେ ଅତର୍କିତ କୌଣସି ଧାରଣା, ଆନ୍ଦୋଳନ କିମ୍ବା ବିରୋଧ ପ୍ରଦର୍ଶନ ହେଲେ ଜାତୀୟ ମେଡିକାଲ ପରିଷଦ ଦ୍ବାରା ହେବାକୁ ଥ‌ିବା ନିରୀକ୍ଷଣରେ ବାଧା ଉପୁଜିପାରେ। ଫଳରେ ଚିକିତ୍ସା ମହାବିଦ୍ୟାଳୟ ଚାଲୁ ହେବାକୁ ଅନିର୍ଦ୍ଦିଷ୍ଟ ସମୟ ବିଳମ୍ବ ହୋଇପାରେ। ଏଣୁ ଜିଲ୍ଲା ପ୍ରଶାସନ ଓ ଜାତୀୟ ମେଡିକାଲ ପରିଷଦର ନିରୀକ୍ଷଣ ପ୍ରକ୍ରିୟାରେ ସହଯୋଗ କରିବାକୁ କୁହାଯାଇଛି।