କ୍ରୀଡ଼ା

ପବିତ୍ରନଗର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ,ପ୍ରଥମ ମ୍ୟାଚ୍ ହାତେଇଲା ବାଙ୍ଗାଲୋର

By Angul TV Bureau

January 04, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପବିତ୍ରନଗର ମିନି ଷ୍ଟାଡିୟମରେ ପବିତ୍ରନଗର କ୍ଲବ ପକ୍ଷରୁ ଆୟୋଜିତ ପବିତ୍ରନଗର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥିଭାବେ ପାଳଲହଡ଼ା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ। ପ୍ରଥମ ଦିବସରେ ମୁହାଁମୁହିଁ ହୋଇଥିଲେ ଆୟୋଜକ ଟିମ ପବିତ୍ରନଗର ଓ ବାଙ୍ଗାଲୋର। ଟସ୍ ଜିତି ବାଙ୍ଗାଲୋର ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୫ରନ କରିଥିବା ବେଳେ ପବିତ୍ରନଗର ଟିମ ୧୫୪ ରନ କରି ପରାସ୍ତ ହୋଇଥିଲା। ବିଜୟୀ ଟିମର ରାଗା କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବେ ବଅଁରପାଳର ସମାଜସେବୀ ଦେବବ୍ରତ ସାମଲ ଯୋଗଦେଇଥିବା ବେଳେ ଅମ୍ପାୟାର ଭାବେ ପ୍ରସନ୍ନ କୁମାର ସାହୁ ଓ ଶିଶୁପାଳ ପ୍ରଧାନ ଖେଳ ପରିଚାଳନା କରିଥିଲେ। ସେହିପରି ସୁବାସ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ। କ୍ଲବର ସଭାପତି ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ଜ୍ଞାନ ରଞ୍ଜନ ଜ୍ୟୋତିଷଙ୍କ ସମେତ ସମସ୍ତ କ୍ଲବ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ସୋମବାର ବାଙ୍ଗାଲୋର ଓ ତାଳଚେର ୟୁଥ ସ୍ପୋର୍ଟିଂ ମଧ୍ୟରେ ଖେଳ ଅନୁଷ୍ଠିତ ହେବ।