କ୍ରୀଡ଼ା

ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ପେନାଲଟି ସୁଟ ଆଉଟରେ ଡେରେଙ୍ଗ ବିଜୟୀ

By Biswaranjan Pattnaik

January 19, 2026

ଅନୁଗୁଳ: ସ୍ଥାନୀୟ ପିଟିସି ପଡିଆରେ ଆୟୋଜିତ ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ଡେରେଙ୍ଗ,ଏନଟିପିସି ଏବଂ ଏଫସିଆଇ,ତାଳଚେର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେବା ପରେ ପେନାଲଟି ସୁଟ ଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ଡେରେଙ୍ଗ ଏଫସିଆଇକୁ ୪-୧ ଗୋଲ ପରାସ୍ତ କରିଥିଲା।

ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଓ ବରିଷ୍ଠ ଆଇନଜୀବି ଭୂପେଶ ଚନ୍ଦ୍ର ପ୍ରଧାନ ଅତିଥି ରୂପେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଶାନ୍ତ ସିହ୍ନା, ନୀଳମଣି ରାଉତ,ରୁଚିର ଦାସ,ବସନ୍ତ କୁମାର ଦାସ,ରମେଶ ଚନ୍ଦ୍ର ସାହୁ, ବାବୁଲି ଦେହୁରୀ ପ୍ରମୁଖ ଖେଳ ପରିଚାଳନା ରେ ସାହାଯ୍ୟ କରିଥିଲେ।