ଅନ୍ୟାନ୍ୟ

“ନୂଆ ସ୍ୱର” ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ରାଧାମୋହନ ଜୟନ୍ତୀ

By Biswaranjan Pattnaik

August 25, 2025

ଅନୁଗୋଳ: ଆଜି ପୂର୍ବାହ୍ନରେ ହାକିମପଡ଼ାସ୍ଥିତ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଉଦ୍ୟାନରେ କବିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ନବ ଗଠିତ “ନୂଆ ସ୍ୱର” ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଶ୍ରୀ ସାହୁ ନିଜ ଅଭିଭାଷଣରେ କବି ରାଧାମୋହନଙ୍କ ସାମଗ୍ରିକ କାବ୍ୟକୃତି ଅଗଣିତ ଓଡ଼ିଆ ପାଠକ ମାନଙ୍କୁ କିଭଳି ମନ୍ତ୍ରମୁଗ୍ଧ କରି ରଖିଥିଲା ତାହା ବର୍ଣ୍ଣନା କରିଥିଲେ।

ଅନୁଷ୍ଠାନର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଧାମୋହନ ଉଦ୍ୟାନର ଉନ୍ନତି କରଣର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ।ସମାରୋହରେ ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ,ସାମ୍ବାଦିକ ସୁବ୍ରତ ତ୍ରିପାଠୀଙ୍କ ସହିତ ଅନୁଗୁଳ ସ୍ଵୟଂଶାସିତ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।