ଅନ୍ୟାନ୍ୟ

ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ପକ୍ଷରୁ ରଙ୍ଗଭରୋ ପ୍ରତିଯୋଗିତା

By Biswaranjan Pattnaik

November 15, 2025

ଅନୁଗୁଳ: ସ୍ଥାନୀୟ ବଚପନ୍ ସ୍କୁଲ ପରିସରରେ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲ ପକ୍ଷରୁ ଶିଶୁ ଦିବସ ଅବସରରେ ଏକ ରଙ୍ଗଭରୋ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ସମାରୋହରେ କ୍ଲବର ସଭାପତି ଡ଼ା କୁମାର ସୌମ୍ୟକାନ୍ତ ବିଶୋଇ,ସମ୍ପାଦକ ରୋଟରିଆକନ ନିହାର ରଞ୍ଜନ ପ୍ରସାଦଙ୍କ ସମେତ ରୋଟାରିଆନ ଆରତୀ ସରଳିଆ ରୋଟରିଆନ ପୂଜା ମୋଦି, ରୋଟାରୀଆନ ମମତା ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ। ସ୍କୁଲ ପକ୍ଷରୁ ନିଝାର ଅଲି ଦାମାନି ପ୍ରତିଯୋଗିତା ପରିଚାଳନା କରିଥିଲେ।