ଅନୁଗୁଳ: ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଗତ ୨୦ ତାରିଖରେ ଏକ ଦିବସୀୟ କର୍ମଶାଳା ସହ ପେଣ୍ଟିଂ ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନୀଳାଞ୍ଚଳ ପଟେଲଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଲା। କାର୍ଯ୍ୟକ୍ରମର ସଂଯୋଜିକା ଥିଲେ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼ଃ ଅନସୁୟା ମିଶ୍ର ।
ଏହି କାର୍ଯ୍ୟକ୍ରମରେ ଡ଼ଃ ବି.କେ ସାହୁ, ଡ଼ଃ ନାରାୟଣ ନାୟକ, ଡ଼ଃ ଏମ.ଆର ମିଶ୍ର, ଡ଼ଃ ସ୍ମିତା ତପସ୍ବିନୀ, ପ୍ରଫେସର ସୁଲଗ୍ନା ଚୌଧୁରୀ, ପ୍ରଫେସର ରିନା ମାରାଣ୍ଡି, ପ୍ରଫେସର ଆର.କେ ବେହେରା, ପ୍ରଫେସର ଏସ୍.କେ ପ୍ରଧାନ ଓ ପ୍ରଫେସର ମନିଷା ମାଝି ନିଜର ମୂଲ୍ୟବାନ ସମୟ ଦେଇ ସୁଚାରୁ ଭାବରେ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ପ୍ରତିଯୋଗିତାର ବିଷୟ ଥିଲା “ବିକଶିତ ଭାରତ ୨୦୪୭”, ଯେଉଁଠାରେ ଭାରତକୁ ଏକ ବିକଶିତ, ସମାନତାମୂଳକ ଓ ସ୍ୱୟଂନିର୍ଭର ଜାତିରୂପେ କଳ୍ପନା କରିବାକୁ ପ୍ରେରିତ କରାଯାଇଥିଲା। ପ୍ରତିଭାଗୀମାନେ ନିଜର କଳାକୃତି ମାଧ୍ୟମରେ ଏହି ସ୍ୱପ୍ନକୁ ସୁନ୍ଦର ଭାବରେ ଚିତ୍ରିତ କରିଥିଲେ।
ପ୍ରତିଯୋଗିତାକୁ ତିନିଟି ଶ୍ରେଣୀରେ ବିଭକ୍ତ କରାଗଲା – ପ୍ରଫେସନାଲ କଳାକାର, କଲେଜ ଛାତ୍ରଛାତ୍ରୀ ଓ ସ୍କୁଲ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଭାଗୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ‛ ବିକଶିତ ଭାରତ ୨୦୪୭ ‘ ବିଷୟରେ ନିଜର ଭାବନାକୁ ପ୍ରକାଶ କରିଥିଲେ।