କଳା ଓ ସଂସ୍କୃତି

ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ତରଫରୁ ପଖାଳ ଦିବସ ପାଳିତ, ମଜା ନେଲେ ଆବାଳ-ବୃଦ୍ଧ-ବନିତା

By Angul TV Bureau

March 20, 2023

ଅନୁଗୁଳ: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳକୁ ଲୋକାଦୃତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଆଜି ଅପରାହ୍ନରେ ଅନୁଗୁଳ ରାଷ୍ଟ୍ରୀୟ ନବ ବର୍ଷ ପାଳନ ସମିତି ତରଫରୁ ବେଦଭବନ ଠାରେ ପଖାଳ ଦିବସ ପାଳିତ ହୋଇଯାଇଛି। ପୁରୁଷ, ମହିଳା ସମେତ କୁନିକୁନି ପିଲାମାନେ ମଧ୍ୟ ପଖାଳ ସାଙ୍ଗକୁ ଶାଗ ଭଜା, ବାଇଗଣି, ଆମ୍ବ ଚଟଣି ସାଙ୍ଗକୁ ବଡିଚୁରା ଖାଇ ପଖାଳ ଦିବସର ମଜା ନେଇଥିଲେ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ, ଶ୍ରୀଜିଉଙ୍କ ନିକଟରେ ପଖାଳ ଭୋଗ ଲାଗି ହୋଇଥାଏ। ସେହିପରି ଚଷାପୁଅ ମଧ୍ୟ ପଖାଳ ଖାଇ କ୍ଷେତକୁ ବାହାରିଥାଏ। ପଖାଳ ସହ ଶାଗ ଭଜା, ବଡ଼ିଚୁରା, ମାଛ ଭଜା ଆଦି ଲୋକେ ଖାଇଥାନ୍ତି।