ଅନୁଗୁଳ: ପଞ୍ଚୁକ ପୂଜା କମିଟି ଦଣ୍ଡାଛକ, ବାରସିଂହା ଆନୁକୁଲ୍ୟରେ ଅନୁଗୁଳ ଜିଲ୍ଲା ପାଲା ଗାୟକ ସଂଘର ଦ୍ଵିବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସଭାପତି ଧ୍ରୁବ ଚରଣ ସାହୁ ଓ ସ୍ଥାୟୀ ସଭାପତି ଈଶ୍ୱର ଚନ୍ଦ୍ର ତ୍ରିପାଠୀଙ୍କ ପୌରହିତ୍ୟରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ଦିବସରେ ରାଜ୍ୟ ପାଲା ଗାୟକ ପରିଷଦର ସମ୍ପାଦକ ବସନ୍ତ କୁମାର ରାଉତ,ରାଜ୍ୟ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ଯୁଧିଷ୍ଠିର ପରିଜା,ସାଂସ୍କୃତିକ ସମ୍ପାଦକ ବନ ବିହାରୀ ଗ୍ରହାଚାର୍ଯ୍ୟ, ଅର୍ଥ ସମ୍ପାଦକ ସନ୍ତୋଷ ପଟ୍ଟନାୟକ ଏବଂ ଅନୁଗୁଳ ସଂଘ ଉପଦେଷ୍ଟା ଡ଼ା ଆର.ଏନ୍ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ପାଲାକାରଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ବୈଠକରେ ଆଲୋଚନା ହୋଇଥିଲା।ଦ୍ଵିତୀୟ ଦିବସକୁ ଉଦଘାଟନ କରିଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ। ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ଦଧିବାମନ ପ୍ରଧାନ,କବି ଧିରେନ୍ ମିଶ୍ର,ଆଇନଜୀବୀ ରଞ୍ଜନ ପାତ୍ର,ସଂଘ ସଭାପତି ବିଭୂତି ଭୂଷଣ ନାଥ,ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଗଳ ପ୍ରମୁଖ ଯୋଗ ଦେଇଥିଲେ।କିଛି ପାଲାକାର ପାଲା ପରିବେଷଣ କରିଥିଲେ। ବାରଶିଂହା ଗ୍ରାମ ସଭାପତି ଅଭୟ ସାହୁ,ପୂଜା କମିଟି ସଭାପତି ଅନିଲ ସ୍ୱାଇଁ ଏବଂ ସମ୍ପାଦକ ଗିରିଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ପାଲାକାର ମାନେ ପ୍ରାଚୀନ ଓଡ଼ିଆ ସଂସ୍କୃତି ଓ କଳାକୁ ବଞ୍ଚାଇ ରଖିଥିବାରୁ ଅତିଥି ମାନେ ଉଦ୍ୟୋକ୍ତା ମାନଙ୍କୁ ସାଧୁବାଦ ଦେଇଥିଲେ ।