ଅନ୍ୟାନ୍ୟ

ପାଳଲହଡ଼ା ଥାନାରେ ଆମ ପୋଲିସ ସମିତି ବୈଠକ ଆୟୋଜିତ, ଅଜଣା ଲୋକଙ୍କୁ ବିଶ୍ୱାସ ନ କରିବାକୁ ପରାମର୍ଶ

By Angul TV Bureau

May 29, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନାର ଆମ ପୋଲିସ ବୈଠକ ପାଳଲହଡା ଥାନା ପ୍ରାଙ୍ଗଣରେ ଥାନା ଅଧିକାରୀ ପ୍ରଦୀପ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ଜନସେବା କେନ୍ଦ୍ରର ପରିଚାଳକ ଓ ସ୍ଥାନୀୟ ଭଦ୍ରବ୍ୟକ୍ତି ମାନେ ଯୋଗଦାନକରି ସେମାନଙ୍କର ମତାମତ ତଥା ସୁଚିନ୍ତିତ ପରାମର୍ଶ କରିଥିଲେ। କେବଳ ପ୍ରଶାସନ ଦ୍ବାରା ସ୍ବୀକୃତିପ୍ରାପ୍ତ ଜନସେବା ପରିଚାଳକ ମାନେ ହିଁ ଆଧାର ଲିଙ୍କ କରିବା ପାଇଁ ପରାମର୍ଶ ଦିଆଯାଇଛି। ସୋସିଆଲ ମିଡିଆରେ ଅଜଣା ଲୋକଙ୍କ ସହ ବନ୍ଧୁତା କରିବାକୁ ବୈଠକରେ ବାରଣ କରାଯାଇଥିଲା। କୌଣସି ଅପରାଧିକ ଘଟଣା କିମ୍ବା ଗାଡି ଦୁର୍ଘଟଣା ଘଟିଲେ ସଙ୍ଗେ ସଙ୍ଗେ ପାଳଲହଡା ଥାନାକୁ ଖବର ଦେବା ସହିତ ଥାନା ମୋବାଇଲ ନମ୍ବର ୯୪୩୮୯୧୬୪୫୨ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଥିଲା।

ଏ ଅବସରରେ ପାଳଲହଡା ଥାନାଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ପୋଲିସକୁ ସାହାଯ୍ୟ କରିବା ତଥା ପାଳଲହଡା ଥାନା ଏରିଆରେ ସାନ୍ଧ୍ୟ ଓ ରାତ୍ର ପାଟ୍ରୋଲିଂକୁ କଡାକଡି କରିବାକୁ ପ୍ରସ୍ତାବ ଦିଆଯାଇଥିଲା।