କ୍ରୀଡ଼ା

ଟମ୍ପର ଜୟ ଶ୍ରୀରାମ ଫୁଟବଲ ଟୁର୍ଣ୍ଣାମେଣ୍ଟ: କେରେଜେଙ୍ଗା ଜି.ପି. କ୍ଲବ ଚାମ୍ପିୟନ

By Angul TV Bureau

November 09, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ ଈଶ୍ୱରନଗର ପଞ୍ଚାୟତର ଟମ୍ପର ଜୟ ଶ୍ରୀରାମ ଫୁଟବଲ କ୍ଲବ ଆନୁକୂଲ୍ୟରେ ଆୟୋଜିତ ତିନିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ କେରେଜେଙ୍ଗା ଜି.ପି. କ୍ଲବ ୧-୦ ଗୋଲରେ ଝିମିରିପାଲିକୁ ହରାଇ ଚାମ୍ପିୟନ ହୋଇଛି।

ଉଦ୍‌ଯାପନୀ ଉତ୍ସବରେ ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଏବଂ ରଘୁନନ୍ଦନ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବିଜେତା ଦଳକୁ ଟ୍ରଫି ସହ ୨୨ ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୧୭ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। କ୍ଲବ ସଭାପତି ଯୁଧିଷ୍ଠିର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବହୁ ଅତିଥି ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।