ଅନ୍ୟାନ୍ୟ

ଦାଦନ ଦୁଃଖ! ରୋଜଗାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ ଅନୁଗୁଳ ଯୁବକ

By Angul TV Bureau

June 30, 2025

ଅନୁଗୁଳ: ରୋଜଗାର କରିବାକୁ ଯାଇଥିଲେ, ଶବ ହୋଇ ଫେରିଲେ। ଆନ୍ଧ୍ରରେ ମୂଲ ଲାଗିବାକୁ ଯାଇଥିବା ଅନୁଗୁଳ ଜିଲ୍ଲାର ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ଚଷାଗୁରୁଜାଙ୍ଗ ଗ୍ରାମର ଠଣ ସୁନ୍ଦର ସାହୁଙ୍କ ମା ଛେଉଣ୍ଡ ପୁଅ ସନ୍ତୋଷ କୁମାର ସାହୁ (୨୪)। ସେ ଆନ୍ଧ୍ରପ୍ରଦେଶର ନନ୍ଦିଆଲା ଜିଲ୍ଲାର ଧୋନ ଅଞ୍ଚଳରେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ ଶନିବାର ସନ୍ତୋଷ ଗାଁକୁ ଫେରିବାକୁ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। କିନ୍ତୁ ହଠାତ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ପ୍ରଶାସନ ସହିତ ଯୋଗାଯୋଗ କରି ସନ୍ତୋଷଙ୍କ ମୃତ ଦେହକୁ ଆନ୍ଧ୍ରପ୍ରଦେଶରୁ ଆଣିବା ବ୍ୟବସ୍ଥା କରିଥିଲେ। ରବିବାର ମରଶରୀର ଗାଁରେ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।