ଅନ୍ୟାନ୍ୟ

ପାଲଲହଡ଼ା ବିଧାୟକଙ୍କ ନଗିରା ଓ ବରଡିହ ଗସ୍ତ: ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା

By Angul TV Bureau

December 18, 2025

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ବୁଧବାର ନଗିରା ଏବଂ ବରଡିହ ପଞ୍ଚାୟତ ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଦୁଇ ପଞ୍ଚାୟତର ଲୋକମାନେ ଯେପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେଥି ପ୍ରତି ବିଧାୟକ ଗୁରୁତ୍ୱ ଦେଇଥିଲେ।‌ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷି, ଜଳସେଚନ, ପାନୀୟଜଳ, ଆଲୋକୀକରଣ, ସୌରଚାଳିତ ଆଦି ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ବିଧାୟକ ଦୁଇ ପଞ୍ଚାୟତ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ବନ୍ଧାଭୁଇଁ ସରକାରୀ ବାଳିକା ହାଇସ୍କୁଲ ପି ଏମ. ଶ୍ରୀ ନୂତନ ଭାଷା ପ୍ରୟୋଗ ଶାଳା ଗୃହ ପାଇଁ ବିଧାୟକ ଶ୍ରୀଯୁକ୍ତ ମହାନ୍ତି ଭୂମି ପୂଜନ କରିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ମକା ମିଶନ ସମୀକ୍ଷା କରି ନଗିରା ପଞ୍ଚାୟତରେ ମକା ଚାଷୀଙ୍କୁ ଭେଟିଥିଲେ। ମକା ମିଶନ କାର୍ଯ୍ୟକାରୀ କରୁଥିବା କାଷ୍ଟ ଏନଜିଓ ର କରୁଣାମୟ ପ୍ରଧାନ ଏବଂ ନବ କିଷାନ ଏଫପିଓର ନିର୍ଦ୍ଦେଶକ ସୁକାନ୍ତ ଜେନା ଉପସ୍ଥିତ ରହି ବିଧାୟକଙ୍କୁ ସମସ୍ତ ସୂଚନା ପ୍ରଦାନ କରିଥିଲେ।